Bande utkala janani lyrics in odia

 ବନ୍ଦେ ଉତ୍କଳ ଜନନୀ କବିତାକୁ  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି  l   ଏହି କବିତାକୁ ଓଡ଼ିଶାର  ରାଜ୍ୟ ଗୀତର ମାନ୍ୟତା ଦିଆଯାଇଅଛି  l 


          ବନ୍ଦେ ଉତ୍କଳ ଜନନୀ


ବନ୍ଦେ ଉତ୍କଳ ଜନନୀ.....

ଚାରୁ ହାସମୟୀ ଚାରୁ ଭାଷମୟୀ

ଜନନୀ ଜନନୀ ଜନନୀ... । ୦ ।


ବନ୍ଦେ ଉତ୍କଳ ଜନନୀ


ପୂତ-ପୟୋଧୂ-ବିଧୌତ-ଶରୀରା

ତାଳ-ତମାଳ-ସୁଶୋଭିତ-ତୀରା

ଶୁଭ୍ର ତଟିନୀ କୂଳ ଶୀକର ସମୀରା

ଜନନୀ ଜନନୀ ଜନନୀ | ୧ |


ଘନ ଘନ ବନଭୂମି ରାଜିତ ଅଙ୍ଗେ 

ନୀଳ ଭୂଧରମାଳା ସାଜେ ତରଙ୍ଗେ

କଳ କଳ ମୁଖରିତ ଚାରୁ ବିହଙ୍ଗେ 

ଜନନୀ ଜନନୀ ଜନନୀ ।୨ l


ସୁନ୍ଦର-ଶାଳି-ସୁଶୋଭିତ-କ୍ଷେତ୍ରା

ଜ୍ଞାନ-ବିଜ୍ଞାନ-ପ୍ରଦର୍ଶିତ-ନେତ୍ରା 

ଯୋଗୀ ଋଷିଗଣ-ଉଟଜ-ପବିତ୍ରା 

ଜନନୀ ଜନନୀ ଜନନୀ । ୩ l





ଧନ୍ୟବାଦ 🙏




Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme