Posts

Showing posts with the label odiarhyme

Kagaja danga bhasija odia song for kids

Image
    କାଗଜ  ଡଙ୍ଗା ଭାସିଯା (ତୁମେମାନେ ସବୁ ବର୍ଷାରେ ଓଦା ହୋଇ କ’ଣ କରୁଛ ?) ଆମେ ମାନେ କାଗଜ ଡଙ୍ଗା ତିଆରି କରୁଛୁ, ଏଇ ପାଣିରେ ଭସାଇବୁ) ହେୟାରେ ହେୟା, ହେୟା ହୋ ---- ଭାସିଯାରେ ଭାସିଯା କାଗଜ ଡଙ୍ଗା ଭାସିଯା ଘୋଟି ଆସିଲାଣି ଆକାଶରେ ଘୋର ମେଘ ବାଆ  ଭାସିଯାରେ ଭାସିଯା --- ପବନ ବହୁଛି ଝିପି ଝିପି ମେଘ ବରଷଇ ବିଜୁଳି ଚମକେ ଘଡ଼ଘଡ଼ି ଡାକେ ରହି ରହି ଭାସିଯାରେ ଭାସିଯା --- ଧନ୍ୟବାଦ 🙏

Thia puchi naranga odia sishugita

Image
   ଠିଆ ପୁଚି ନାରଙ୍ଗ ଠିଆପୁଚି ନାରଙ୍ଗ, ଗୋଡ଼ ଦିଇଟା ସାରଙ୍ଗ । ସାରଙ୍ଗ ବଣକୁ ଯାଇଥିଲି, ସାରଙ୍ଗ କୋଳି ଆଣିଥିଲି । ଅଧେ କଲି କଞ୍ଚା, ଅଧେ କଲି ଭଜା, ମୋ ଭାଇ ରାଜା, ମୋ ଭାଉଜ ରାଣୀ । ହିଡ଼ ତଳେ ଯେଉଁ ଗହୀର କୂଅ, କିଏ କାଢ଼ି ଦେବ ପାଣି ? Thank you🙏

Bapa bou kahanti odia sishugita

Image
     ବାପା ବୋଉ କହନ୍ତି ବାପା, ବୋଉ କହନ୍ତି ମୋତେ             ସବୁଠୁ ଭଲ ପିଲା ତୁ, ସକାଳୁ ଜଲଦି ଉଠୁଛୁ ତୁ        ରାତିରେ ଜଲଦି ଶୋଉଛୁ ତୁ । ବଡ଼ଙ୍କ କଥା ମାନୁଛୁ ତୁ,         ସମ୍ମାନ ବି ଦେଇ ଜାଣିଛୁ ତୁ, ସମୟରେ ପାଠ ପଢୁଛୁ ତୁ,         ଆଉ ସତ କଥା କହୁଛୁ ତୁ । ବାପା, ବୋଉ କହନ୍ତି ମୋତେ           ସବୁଠୁ ଭଲ ପିଲା ତୁ । ଧନ୍ୟବାଦ 🙏

Ai amari gaon odia rhyme

Image
   ଏଇ ଆମରି  ଗାଁ ଏଇ ଆମରି ଗାଁ, ଏଇ ଆମରି ଗାଁ, ସୁଜଳା ସୁଫଳା ଶସ୍ୟ ଶ୍ୟାମଳା       ଏଇ ଆମରି ମାଆ । ଏହାରି କୋଳେ ସଞ୍ଜବେଳେ        ଯୁଇ, ତରାଟ ଫୁଟେ, ଆମ୍ବ ବନରେ କୁଞ୍ଜ ଉହାଡ଼ୁ     କୁହୁ ତାନ ଛୁଟେ । ସଞ୍ଜ ଆଉ ସକାଳରେ ବହେ ଦକ୍ଷିଣା ବାଆ, ଏଇ ଆମରି ଗାଁ,ଏଇ ଆମରି ଗାଁ, ଏହାରି କୋଳେ ବଢ଼ିଛୁ ଆମେ     ଏହାର ଫଳ ଖାଉ, ଏହାରି କୋଳେ କରିଛୁ ଅଳି   କେତେ ଯେ ଗାଳି ଦେଉ । ଏଇ ମାଟିର ମମତା ପାଇଁ     ରଖୁଯିବୁ ତାର ନାଆଁ । ଏଇ ଆମରି ଗାଁ,  ଏଇ ଆମରି ଗାଁ  । ଧନ୍ୟବାଦ 🙏

Eka dui tini chari odia sishugita

Image
     ଏକ ଦୁଇ ତିନି ଚାରି ଏକ ଦୁଇ ତିନି ଚାରି       ପାଞ୍ଚ, ଛଅ, ସାତ ଆଠ ନଅ ଦଶ       ଆସରେ ପିଲା ବଣକୁ  ଯିବା           ହସ ହସ ହସ ପାଚିଲା ପାଚିଲା        କୋଳି ତୋଳିବା କାଇଁଚ ପତର ପାରି ଶୋଇବା,         ହାଁ   --- ବଣରେ ଆମେ ରୋଷେଇ କରି         ଭାଲୁ ମାଙ୍କଡ଼ଙ୍କ ନାଚ   ଦେଖିବା                 ହସ ହସ ହସ  l ଧନ୍ୟବାଦ 🙏

Amere jete tiki saina sishugita odia

Image
 ଆମେରେ ଯେତେ ଟିକି ସଇନ ଆମେରେ ଯେତେ ଟିକି ସଇନ,     ଦୂରକରି ଦେଶୁ  ଦୁଃଖ ଦଇନ ଯୋଗାଇ ସଭିଙ୍କୁ ଖାଦ୍ୟ ବସନ,     ଗଢ଼ିବୁ ଦେଶକୁ  କରି  ମହାନ ଗାଇ ବୁଲୁଥିବୁ  ପୁଲକିତ କଣ୍ଠେ     ଜୟ ଯବାନ୍  ଜୟ କିଷାନ୍  l

Bileinani lo bilei nani sishu gita

Image
      ବିଲେଇ ନାନୀ ବିଲେଇ ନାନୀଲୋ ବିଲେଇ ନାନୀ       ମୂଷା  ଧରି ଖାଉ କେତେ କେଜାଣି  l  ବିଲେଇ ନାନୀଲୋ ବିଲେଇ ନାନୀ        ଚୋରାଇ  ଖାଉତୁ ସର ଲବଣୀ l ଅଜାଙ୍କ ବାଡି଼କୁ ତୋହର  ଡର        ଅଜା ଅଇଲେଣି ପଳା  ତୁ ଖର  l ଧନ୍ୟବାଦ 🙏

Odia rhyme pitha

           ପିଠା କାକରା ପିଠା ବହୁତ ମିଠା      ଆରିଷା  ପିଠା ଟାଣ ଘିଅରେ ଯଦି ଛଣା  ହୋଇଛି      ଆଉ ଦୁଇଟା ଆଣ ମଣ୍ଡା ପିଠା ଗୁଲୁଗୁଲିଆ     ନଡ଼ିଆ ଗୁଡ ମିଶେ ବିରି ଚାଉଳ  ଚକୁଳି  ପିଠା     ଜହ୍ନ  ପରିକା ଦିଶେ ପିଠା ତ ପିଠା ପୋଡ ପିଠା     ଛେନାରେ ମିଶେ ସୁଜି କାଟି କାଟିକା ବାଣ୍ଟି ବାଣ୍ଟିକା    ଖାଇଲେ ମାନ ବୁଝି   l          ଧନ୍ୟବାଦ 🙏