Posts

Showing posts with the label dashasatasatarrhymeforkids

Dasha sata satara odia rhyme for kids

Image
     ଦଶ  ସାତ  ସତର ଦଶ ସାତ ସତର ବାସେ ଭାରି ଅତର କୁନା ଦେହେ ଛିଞ୍ଚି ଦେ' ଯେଉଁଠିକି ଯାଆ ତୁ ଖୁସି ଖୁସି ଥାଆ ତୁ ହସ ରେଣୁ ବିଞ୍ଚି ଦେ' ।୧। ଦଶ ସାତ ସତର ଜମି ଅଛି ବତର ଚାଷୀଭାଇ ଚଷି ଦେ' ଯେତେ ସୁନା ଫଳିବ ଖୁସି ତୋ' କେ କଳିବ ? ସେ ଖୁସିରେ ହସି ଦେ' । ୨ ଦଶ ସାତ ସତର ଗଛୁ ଝଡ଼େ ପତର କୁନି ସବୁ ତୋଳି ଦେ ଗୋଟେ ଥାନେ ଗଦେଇ ଡାକିଆଣି ଦେଇ ସେ ସବୁକୁ ଜାଳି ଦେ' । ୩ । ଦଶ ସାତ ସତର ନୁହେଁ କେହି ଇତର ସେନେହରେ ବାନ୍ଧି ଦେ' ଦୁଃଖ କା'ର ପଡ଼ିଲେ ଆଖ ଲୁହ ଗଡ଼ିଲେ ତା' ଦୁଃଖରେ କାନ୍ଦି ଦେ' । ୪ |