Dasha sata satara odia rhyme for kids

     ଦଶ  ସାତ  ସତର

ଦଶ ସାତ ସତର
ବାସେ ଭାରି ଅତର
କୁନା ଦେହେ ଛିଞ୍ଚି ଦେ'
ଯେଉଁଠିକି ଯାଆ ତୁ
ଖୁସି ଖୁସି ଥାଆ ତୁ
ହସ ରେଣୁ ବିଞ୍ଚି ଦେ' ।୧।

ଦଶ ସାତ ସତର
ଜମି ଅଛି ବତର
ଚାଷୀଭାଇ ଚଷି ଦେ'
ଯେତେ ସୁନା ଫଳିବ
ଖୁସି ତୋ' କେ କଳିବ ?
ସେ ଖୁସିରେ ହସି ଦେ' । ୨

ଦଶ ସାତ ସତର
ଗଛୁ ଝଡ଼େ ପତର
କୁନି ସବୁ ତୋଳି ଦେ
ଗୋଟେ ଥାନେ ଗଦେଇ
ଡାକିଆଣି ଦେଇ
ସେ ସବୁକୁ ଜାଳି ଦେ' । ୩ ।

ଦଶ ସାତ ସତର
ନୁହେଁ କେହି ଇତର
ସେନେହରେ ବାନ୍ଧି ଦେ'
ଦୁଃଖ କା'ର ପଡ଼ିଲେ
ଆଖ ଲୁହ ଗଡ଼ିଲେ
ତା' ଦୁଃଖରେ କାନ୍ଦି ଦେ' । ୪ |



Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme