Posts

Showing posts with the label odianurseryrhymesforkids

Gai dake hamma hamma kids nursery rhyme

            ଗାଈ ଡାକେ ହମ୍ମା ହମ୍ମା  ଗାଈ ଡାକେ ହମ୍ମା ହମ୍ମା କୁକୁର ଭୋ’-ଭୋ’ ବିଲେଇ କରେ ମିଆଉଁ ମିଆଉଁ ବିଲୁଆ ହୁକେ ହୋ’ । କାଉ ରାବଇ କା’-କା’ କୋଇଲି କୁହୁ-କୁହୁ ଶୁଆ ପଢ଼ଇ ରାମ୍ ରାମ୍ ପାରା ଘୁମୁରୁ ଘୁଉଁ। ଛେଳି ବୋବାଏ ମେଁ’ମେଁ ବେଙ୍ଗ କଟର କେଁ’ ମହୁମାଛିଟି ଗୁଣୁ ଗୁଣୁ ମେଣ୍ଢା ବୋବାଏ ଭେଁ "।

Kagaja danga bhasija odia song for kids

Image
    କାଗଜ  ଡଙ୍ଗା ଭାସିଯା (ତୁମେମାନେ ସବୁ ବର୍ଷାରେ ଓଦା ହୋଇ କ’ଣ କରୁଛ ?) ଆମେ ମାନେ କାଗଜ ଡଙ୍ଗା ତିଆରି କରୁଛୁ, ଏଇ ପାଣିରେ ଭସାଇବୁ) ହେୟାରେ ହେୟା, ହେୟା ହୋ ---- ଭାସିଯାରେ ଭାସିଯା କାଗଜ ଡଙ୍ଗା ଭାସିଯା ଘୋଟି ଆସିଲାଣି ଆକାଶରେ ଘୋର ମେଘ ବାଆ  ଭାସିଯାରେ ଭାସିଯା --- ପବନ ବହୁଛି ଝିପି ଝିପି ମେଘ ବରଷଇ ବିଜୁଳି ଚମକେ ଘଡ଼ଘଡ଼ି ଡାକେ ରହି ରହି ଭାସିଯାରେ ଭାସିଯା --- ଧନ୍ୟବାଦ 🙏