Posts

Showing posts with the label odiarhymeforkids

Eka kain phulatiku dekha countingrhyme in odia

Image
           ଏକ କଇଁ ଫୁଲଟିକୁ ଦେଖ । ଏକ : କଇଁ ଫୁଲଟିକୁ ଦେଖ । ଦୁଇ : ଘର ତୋଳୁ ଅଛି ଉଚ୍ଚ । ତିନି : ଆଣ ବଡ଼ଦାନା ଚିନି । ଚାରି : ଗୀତ ଗାଉଅଛି ଶାରୀ । ପାଞ୍ଚ : ମାଙ୍କଡ଼ କରୁଚି ନାଚ । ଛଅ : ଭଲ ଗପଟିଏ କହ । ସାତ : ନାଉରୀ ଧରିଛି କାତ । ଆଠ : ପଢ଼ିବି  ଭଲ ପାଠ । ନଅ : କାଗଜ କଲମ ଧଅ । ଦଶ : ଗୁରୁଜୀଙ୍କ ପାଖେ ବସ । ଧନ୍ୟବାଦ 🙏

Thia puchi naranga odia sishugita

Image
   ଠିଆ ପୁଚି ନାରଙ୍ଗ ଠିଆପୁଚି ନାରଙ୍ଗ, ଗୋଡ଼ ଦିଇଟା ସାରଙ୍ଗ । ସାରଙ୍ଗ ବଣକୁ ଯାଇଥିଲି, ସାରଙ୍ଗ କୋଳି ଆଣିଥିଲି । ଅଧେ କଲି କଞ୍ଚା, ଅଧେ କଲି ଭଜା, ମୋ ଭାଇ ରାଜା, ମୋ ଭାଉଜ ରାଣୀ । ହିଡ଼ ତଳେ ଯେଉଁ ଗହୀର କୂଅ, କିଏ କାଢ଼ି ଦେବ ପାଣି ? Thank you🙏

Bapa bou kahanti odia sishugita

Image
     ବାପା ବୋଉ କହନ୍ତି ବାପା, ବୋଉ କହନ୍ତି ମୋତେ             ସବୁଠୁ ଭଲ ପିଲା ତୁ, ସକାଳୁ ଜଲଦି ଉଠୁଛୁ ତୁ        ରାତିରେ ଜଲଦି ଶୋଉଛୁ ତୁ । ବଡ଼ଙ୍କ କଥା ମାନୁଛୁ ତୁ,         ସମ୍ମାନ ବି ଦେଇ ଜାଣିଛୁ ତୁ, ସମୟରେ ପାଠ ପଢୁଛୁ ତୁ,         ଆଉ ସତ କଥା କହୁଛୁ ତୁ । ବାପା, ବୋଉ କହନ୍ତି ମୋତେ           ସବୁଠୁ ଭଲ ପିଲା ତୁ । ଧନ୍ୟବାଦ 🙏

Eka dui tini chari odia sishugita

Image
     ଏକ ଦୁଇ ତିନି ଚାରି ଏକ ଦୁଇ ତିନି ଚାରି       ପାଞ୍ଚ, ଛଅ, ସାତ ଆଠ ନଅ ଦଶ       ଆସରେ ପିଲା ବଣକୁ  ଯିବା           ହସ ହସ ହସ ପାଚିଲା ପାଚିଲା        କୋଳି ତୋଳିବା କାଇଁଚ ପତର ପାରି ଶୋଇବା,         ହାଁ   --- ବଣରେ ଆମେ ରୋଷେଇ କରି         ଭାଲୁ ମାଙ୍କଡ଼ଙ୍କ ନାଚ   ଦେଖିବା                 ହସ ହସ ହସ  l ଧନ୍ୟବାଦ 🙏

Amere jete tiki saina sishugita odia

Image
 ଆମେରେ ଯେତେ ଟିକି ସଇନ ଆମେରେ ଯେତେ ଟିକି ସଇନ,     ଦୂରକରି ଦେଶୁ  ଦୁଃଖ ଦଇନ ଯୋଗାଇ ସଭିଙ୍କୁ ଖାଦ୍ୟ ବସନ,     ଗଢ଼ିବୁ ଦେଶକୁ  କରି  ମହାନ ଗାଇ ବୁଲୁଥିବୁ  ପୁଲକିତ କଣ୍ଠେ     ଜୟ ଯବାନ୍  ଜୟ କିଷାନ୍  l

Bileinani lo bilei nani sishu gita

Image
      ବିଲେଇ ନାନୀ ବିଲେଇ ନାନୀଲୋ ବିଲେଇ ନାନୀ       ମୂଷା  ଧରି ଖାଉ କେତେ କେଜାଣି  l  ବିଲେଇ ନାନୀଲୋ ବିଲେଇ ନାନୀ        ଚୋରାଇ  ଖାଉତୁ ସର ଲବଣୀ l ଅଜାଙ୍କ ବାଡି଼କୁ ତୋହର  ଡର        ଅଜା ଅଇଲେଣି ପଳା  ତୁ ଖର  l ଧନ୍ୟବାଦ 🙏

Dasha sata satara odia rhyme for kids

Image
     ଦଶ  ସାତ  ସତର ଦଶ ସାତ ସତର ବାସେ ଭାରି ଅତର କୁନା ଦେହେ ଛିଞ୍ଚି ଦେ' ଯେଉଁଠିକି ଯାଆ ତୁ ଖୁସି ଖୁସି ଥାଆ ତୁ ହସ ରେଣୁ ବିଞ୍ଚି ଦେ' ।୧। ଦଶ ସାତ ସତର ଜମି ଅଛି ବତର ଚାଷୀଭାଇ ଚଷି ଦେ' ଯେତେ ସୁନା ଫଳିବ ଖୁସି ତୋ' କେ କଳିବ ? ସେ ଖୁସିରେ ହସି ଦେ' । ୨ ଦଶ ସାତ ସତର ଗଛୁ ଝଡ଼େ ପତର କୁନି ସବୁ ତୋଳି ଦେ ଗୋଟେ ଥାନେ ଗଦେଇ ଡାକିଆଣି ଦେଇ ସେ ସବୁକୁ ଜାଳି ଦେ' । ୩ । ଦଶ ସାତ ସତର ନୁହେଁ କେହି ଇତର ସେନେହରେ ବାନ୍ଧି ଦେ' ଦୁଃଖ କା'ର ପଡ଼ିଲେ ଆଖ ଲୁହ ଗଡ଼ିଲେ ତା' ଦୁଃଖରେ କାନ୍ଦି ଦେ' । ୪ |