Thila eka thekua shishu gita

       ଥିଲା ଏକ  ଠେକୁଆ


ଥିଲା ଏକ ଠେକୁଆ,
        ନାଆଁଟି ତାର ଭକୁଆ
ଦେହଟି ତାର ଗରମ,
        ତୁଳାପରି ସେ ନରମ
ଦେଖିବାକୁ ସେ ଧଳା,
       ଧଇଲା ଦିନେ କେଳା
ଭଲକରି ଗୁଡ଼ାଇ,
        ମୁଣିରେ ଦେଲା ପୂରାଇ
କେଳା ଘରକୁ ଗଲା,
          ମୁଣିଟିକୁ ଥୋଇଲା
କହିଲା ଏହାକୁ କାଟ,
         ଜିରା ମରିଚ ବାଟ
ଦେଇ ଲୁଣ ହଳଦୀ,
        ତିଅଣ କର ଜଲଦି
କେଳା ଗଲା ଗାଧୋଇ,
         ପୁଅକୁ ଦେଲା ଜଗାଇ ।
କେଳା ପୁଅ କ’ଣ କଲା ? 
       ମୁଣିଟିକୁ ଫିଟାଇ ଦେଲା
ଠେକୁଆ ମାଇଲା ଚଲ୍
        କେଳା ପୁଅଟି ଭଲ ।



ଧନ୍ୟବାଦ 🙏

Comments

Popular posts from this blog

Hop a little rhyme for kids

Jinglebells rhyme for kids

I like to nursery rhyme