Ai amari gaon odia rhyme

   ଏଇ ଆମରି  ଗାଁ

ଏଇ ଆମରି ଗାଁ, ଏଇ ଆମରି ଗାଁ,
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
      ଏଇ ଆମରି ମାଆ ।
ଏହାରି କୋଳେ ସଞ୍ଜବେଳେ   
    ଯୁଇ, ତରାଟ ଫୁଟେ,
ଆମ୍ବ ବନରେ କୁଞ୍ଜ ଉହାଡ଼ୁ
    କୁହୁ ତାନ ଛୁଟେ ।
ସଞ୍ଜ ଆଉ ସକାଳରେ
ବହେ ଦକ୍ଷିଣା ବାଆ,
ଏଇ ଆମରି ଗାଁ,ଏଇ ଆମରି ଗାଁ,
ଏହାରି କୋଳେ ବଢ଼ିଛୁ ଆମେ
    ଏହାର ଫଳ ଖାଉ,
ଏହାରି କୋଳେ କରିଛୁ ଅଳି
  କେତେ ଯେ ଗାଳି ଦେଉ ।
ଏଇ ମାଟିର ମମତା ପାଇଁ
    ରଖୁଯିବୁ ତାର ନାଆଁ ।
ଏଇ ଆମରି ଗାଁ, ଏଇ ଆମରି ଗାଁ ।




ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme