କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର

କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର


କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର

ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର

ଦେଇଛ ଜନମ ଜଗତ-ସେବା କରିବା ପାଇଁ

ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ

ତୁମରି ଦାନ ଏ ଜୀବନ ଲାଗୁ ବିଶ୍ବ କଲ୍ୟାଣ

ରହିଥାଉ ଆମ ଭକତି ଗୁରୁଜନ ଚରଣେ

ଦୁଃଖୀ ରଙ୍କୀ ରୋଗୀ ସେବାରେ ଲାଗୁ ମନ ଆମ୍ଭର

ଝଡ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ

କ୍ରୋଧ ହିଂସାଠାରୁ ଦୂରରେ ଆମେ ରହିବା ପାଇଁ

ଦିଅ ଭରି ତବ ଶକତି ସବୁ ଯିବୁ ଏଡାଇ

ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡି

ଦିଅ ସଦଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡି

କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର

ଘେନ ଆମ ଶିଶୁ ବିନତି ସର୍ବେ ଯୋଡୁଛୁ କର ଙ୍କୀ


ଧନ୍ୟବାଦ 🙏

Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme