Sri ganesh stuti in odia
ଶ୍ରୀ ଗଣେଶ ସ୍ତୁତି
ଜୟ ଜୟ ଗଣନାଥ ଗଉରୀ ନନ୍ଦନ l
ଜୟ ଜୟ ଲମ୍ବୋଦର ଗଜେନ୍ଦ୍ର ବଦନ ll
ଜୟ ଜୟ ଗଣପତି ଖର୍ବ କୁନ୍ତଧାରୀ l
ଜୟ ଜୟ ଦୀର୍ଘ ବାହୁ ସୁଧା ଲଡ଼ୁଧାରୀ ll
ଜୟ ଜୟ ମୂଷିକ ବାହାନ ବିଦ୍ୟାଧର l
ଜୟ ଜୟ ସୁନ୍ଦର ମୂରତି ଗଣେଶ୍ଵର ll
ଜୟ ରତ୍ନଗିରିବାସୀ କପିଳ ଦ୍ବଦନ୍ତ l
ଜୟ ଜୟ ଚତୁର୍ଭଜ ସଦାଶିବ ସତ ll
ମହାକାୟ ଲକ୍ଷ୍ୟ ସ୍ସ୍ବର୍ଣ୍ଣବର୍ଣ୍ଣ ଗଜ କର୍ଣ୍ଣ l
ବିକଟ ବିଘ୍ନନାଶନ ସଙ୍କଟମୋଚନ ll
ଖଡଗଧର ଧୂମକେତୁ ଶୋହେ ଶ୍ରୀଚନ୍ଦନ l
ସକଳ ଦେବତାଙ୍କର ଅଗ୍ରେ ତୋ ବନ୍ଦନ ll
ଗରିବ ଗଞ୍ଜନ ସାଧୁ ଜନପ୍ରିୟ ସଦା l
କ୍ଷଣକେ ବଇରୀ କୁଳ କରିଦେଉ ପଦା ll
ଗଣ୍ଡିସ୍ତଳୁ ନିରନ୍ତର ମକରନ୍ଦ ବହେ l
ସୁନ୍ଦର ଯଜ୍ଞପଇତା କଣେ ଶୋଭାପାଏ ll
ଏକହସ୍ତେ ପାଶାଙ୍କୁଶ ମାଳି ଅନ୍ୟହସ୍ତେ l
ତୋହରଯେ ଶୋଭାପାଏ ପଦ୍ମ ଏକହସ୍ତେ ll
କଣ୍ଡରେ ମୁକୁତାହାର ସଦା ବିରାଜଇ l
କପାଳେ ଚନ୍ଦନ ବିନ୍ଦୁ ସୁନ୍ଦର ଦିଶଇ ll
ପିତାଙ୍କୁ ଦ୍ଵାର ନିରୋଧକଲୁ ଯେତେବେଳେ l
କାଟିପକାଇଲେ ଶିର ଶିବ ସେତେବେଳେ ll
ସୂର୍ଯ୍ୟକୋଟି ପ୍ରକାଶିତ ଭୀମ ବିନାୟକ l
ହୃଦପ୍ରିୟ ବ୍ରହ୍ମଚାରୀ ଅଜ୍ଞାନୀ ଅନ୍ତକ ll
ଶୁଦ୍ଧ ସୁବର୍ଣ୍ଣର ପ୍ରାୟ ଶରୀର ଦିଶଇ l
କର୍ଣ୍ଣ ଯୁଗଳେ କୁଣ୍ଡଳ ତେଜେ ବିରାଜଇ ll
ଅଜିତ ଜୟବର୍ଦ୍ଧନକାରୀ ଦେବରୂପୀ l
ଯଜ୍ଞରୂପୀ ବିଷ୍ଣୁରୂପୀ କନ୍ଦର୍ପ ସ୍ଵରୂପୀ ll
ଆଦିଦେବ ଆଦି କଣ୍ଠ ମାୟାବିବର୍ଜିତ l
ନମୋ ନମୋ ଗଣପତି ତ୍ରୈଲୋକ ପୂଜିତ ll
ସେନାଧ୍ୟକ୍ଷ ଜାଡ୍ୟହର କଲ୍ୟାଣ ଦାୟକ l
ଅମ୍ବିକେୟ ଅରବିନ୍ଦ ହେ ଚଣ୍ଡିନାୟକ ll
ବ୍ରାହ୍ମଣ ପ୍ରିୟ ଭକତ ବନ୍ଧୁ ଦୟାମୟ l
ଜ୍ଞାନର ଗରିଷ୍ଠ ଦେବଦୈତ୍ୟ ସେବନୀୟ ll
ରକ୍ତ ମନ୍ଦାର ମାଳରେ ତନୁ ବିଭୂଷିତ l
ନିଶ୍ଚଳ ଅଗ୍ନି ବଦନ ନିର୍ଗୁଣ ଆରକ୍ତ ll
ମେରୁ ମନ୍ଦିର ସ୍ଵରୂପ ବିରୂପ ସ୍ବରୂପ l
ଭିନ୍ନାଞ୍ଜନ ସମା ପ୍ରଭୁ ଦଣ୍ଡୀ ଗଜରୂପ ll
ରକତ ଚନ୍ଦନ ରକ୍ତ ବସ୍ତ୍ର ପରିଧାନ l
ନମସ୍ତେ ନମସ୍ତେ ପ୍ରଭୁ ଅମ୍ବିକା ନନ୍ଦନ ll
ପ୍ରସାରିତ ମଧୁଗନ୍ଧ ଆଘ୍ରାଣ ଲୋଲୁପ l
ହୋଇ ବିରାଜନ୍ତି ଗଣ୍ଡିସୁଳରେ ମଧୁପ ll
ଦନ୍ତାଘାତ ବିଦାରିତ ବଇରି ରୁଧରେ l
ରକ୍ତ ସିନ୍ଦୁର ପରାଏ ଦେହ ଶୋଭା ଧରେ ll
ଶଙ୍କୁବର୍ଣ୍ଣ ପ୍ରଚଣ୍ଡ ହେ ଶାନ୍ତ ଭବାତ୍ମଜ l
ଋଷି ବନ୍ଦନୀୟ ତୁମ୍ଭେ ଚରଣ ପଙ୍କଜ ll
ନମୋ ବିଘ୍ନ ବିନାୟକ ଅଭୟ ବରଦ l
କି ସ୍ତୁତି କରିବି ମୁହିଁ ଅଜ୍ଞାନ ନିର୍ବୋଧ ll
ହେ ପ୍ରଭୂ ପାର୍ବତୀ ସୁତ ମୋତେ କୃପାକର ।
ଜନ୍ମ ଜନ୍ମ ସେବୁଥିବି ତୋହର ପୟର ll
ନାହିଁ ମୋର ବିଦ୍ୟା ବୃଦ୍ଧି ସହଜେ ମୁରୁଖ l
ତବସ୍ତୁତି କରିବାକୁ ନାହିଁ ମୋର ସଖ୍ୟ ll
ଦୟାକର ଆହେ ପ୍ରଭୁ ଗିରିଜା ନନ୍ଦନ l
ତୋହର ଚରଣ ତଳେ ଗଲି ମୁଁ ଶରଣ Il
ଧନ୍ୟବାଦ
Comments
Post a Comment