Sri narayana stuti in odia,

 

 ଶ୍ରୀ ନାରାୟଣ ସ୍ତୁତି 

କୃପାମୟ କଞ୍ଜ ବଦନ, କର ଦୁର୍ଗତି ଛେଦନ,

        କିଛି ଘେନ ନିବେଦନ |୧|

କ୍ଷମାନିଧ୍ବ ଭକ୍ତ ତାରିଣ, ଖେଦଭେଦରେ କାରଣ,

          ଖଟାଅ ପଦ୍ମଚରଣ |୨|

ଗୋବର୍ଦ୍ଧନ ଧାରଣ ହରି, ଗୋପେ ଗୋକୁଳ ବିହାରି,

         ଗୁହାରି ଘେନ ମୋହରି |୩|

ଘେନ ଭକ୍ତି ଘନକାଳିଆ, ଘେନାଙ୍କ ବାଙ୍କଚୂଳିଆ,

          ଘଟଣ ଗୁଞ୍ଜମାଳିଆ I୪I

ଅନ୍ତର୍ଯ୍ୟାମୀ ଆର୍ତ୍ତ ଭଞ୍ଜନ, ଅଇରି କୁଳ ଗଞ୍ଜନ,

         ଅଭେଦ ଜନ ଭଞ୍ଜନ |୫|

ଚକ୍ରପାଣି ଚିନ୍ତାଦହନ, ଚିନ୍ତାନାକାରି ମୋହନ,

         ଚାଳ ଆଜ୍ଞାକୁ ବହନ |୬|

ଛାତିରେ କୌସ୍ତୁଭ ମଣି, ଛବି ଯେହ୍ନେ ଦୀନମଣି,

           ଛନ୍ଦକିମ୍ପା ଅଛି ମଣି |୭|

ଜୟ ତ୍ରିଭଙ୍ଗିମା ଠାଣି, ଜଣାଏ ବଂଶୀ ପାଣିକି,

         ଯାଉ ମୋ ଦୁଃଖ ଏଣିକି I୮I

ଝଳୀ ପିତାମ୍ବର ସୁନ୍ଦର, ଝଲକ କିମ୍ପା ଅଧର,

          ଝୁଲିବା ଚାଲି ସୁନ୍ଦର l୯l

ନାରାୟଣ ନନ୍ଦନନ୍ଦନ, ନାଗରୀ ହୃଦଚନ୍ଦନ,

         ନିଜେ ଘେନ ନିବେଦନ l ୧0 l

ଟେକ ମହିମା ଯଦୁପତି, ଟାଣ ଅଘୋର ବିପତ୍ତି,

         ଟାଳି ନିଏ ମୋ ସମ୍ପତ୍ତି |୧୧|

ଠାବେଯୋଗୀ କରେ ଧ୍ୟାନକୁ, ଠୁଳେ ନଜାଣେ ଆନକୁ,

          ଟିକେହୁଅ ପ୍ରସନକୁ ।୧୨।







Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme