A janha mamu saraga sasi odia sisu gita lyrics

        ଆ’ ଜହ୍ନ ମାମୁଁ ସରଗ ଶଶି


ଆ’ ଜହ୍ନ ମାମୁଁ ସରଗ ଶଶି

ମୋ କାହ୍ନୁ ହାତରେ ପଡତୁ ଖସି ।

ମୋ କାହ୍ନୁ ତୋତେ କରିବ ଗେଲ

ଖାଇବାକୁ ଦେବ ଲବଣୀ  ସର |

ଖାଇପିଇ ତୁଯେ ହୋଇବୁ ଖୁସି

ଆ ଜହ୍ନ ମାମୁଁ ସରଗ ଶଶି |

ଆ ଜହ୍ନ ମାମୁଁ ଓହ୍ଲେଇ ଆ

ମୋ ଧନ ମଣିକୁ  ଗେହ୍ଲେଇ ଯା |

ଆଣିବୁ ତା ପାଇଁ ନାଲିଆ ଛତା

ମୁଣ୍ଡକୁ ପଗଡି ପାଦକୁ  ଜୋତା |

ଶୁଆ ଥଣ୍ଟ ପରି ନାଲିଆ ଜାମା

ଆଣି ତା ପାଖରେ କରିବୁ ଜମା |

ଆ’ ଜହ୍ନ ମାମୁଁ ସରଗ ଶଶି

ମୋ କାହ୍ନୁ ହାତରେ ପଡତୁ ଖସି ||










Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme