Tuhi ma janamabhumi

            ତୁହି ମା’ ଜନମଭୂମି                             ଭକ୍ତକବି ମଧୁସୂଦନ ରାଓ

ତୁହି ମା’ ଜନମଭୂମି

ପବିତ୍ର ଭାରତଭୂମି

ତୋହର ସନ୍ତାନ ଆମ୍ଭେ ଅଟୁ ସରବେ;

ତୋର ଶ୍ରୀଚରଣ ସେବା

ପାଇଁ ମନପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦ ରବେ ।

ତୋ ଆନନ୍ଦେ ହୋଇବା ସୁଖୀ,

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।୧।


ଧନ୍ୟ ମହିମା ତୋହର

ନାହିଁ ତାର ପଟାନ୍ତର

ମସ୍ତକରେ ହିମାଳୟ ପର୍ବତବର;

ଦୁଇ ପାରୁଶେ ଜଳଧି 

ବ୍ରହ୍ମପୁତ୍ର ସିନ୍ଧୁ ନଦୀ

ଚରଣରେ ବିରାଜିତ ମହାସାଗର।

ବିନ୍ଧ୍ୟ ଗିରିବର କଟିରେ,

ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ |୨|

ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ

ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନ;

ମହାକବି ବେଦବ୍ୟାସ,

ବାଲମୀକି, କାଳିଦାସ

ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ ।

ଚୈତନ୍ଯାଦି ମହାତ୍ମାଜନେ,

ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।୩।


କେତେ କେତେ ପୁଣ୍ୟବତୀ

କେତେ ପତିବ୍ରତା ସତୀ

କେତେ ବୀରନାରୀ କେତେ ବୀରଜନନୀ;

ସମସ୍ତେ ତୋର ଦୁହିତା

ପଦ୍ମିନୀ, ସାବିତ୍ରୀ, ସୀତା,

ଦୁର୍ଗାବତୀ ଆଦି କେତେ ବୀରରମଣୀ।

ନମଇ ମା’ ଭକତିଭରେ

ଅଧମ ଅକ୍ଷମ ସୁତ ତୋ’ ଚରଣରେ ।୪।






ଧନ୍ୟବାଦ 🙏

Comments

Popular posts from this blog

Traffic rules rhyme

Jinglebells rhyme for kids

I like to nursery rhyme