Posts

Showing posts from October, 2024

Sandhya kabita

Image
      ସନ୍ଧ୍ୟା  ଭକ୍ତକବି ମଧୁସୂଦନ ରାଓ    ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ ଆସଇ ରଜନୀରାଣୀ ଧରି କଳାବେଶ, ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ ରାବଦେଇ ଯେଝା ବାସେ କରନ୍ତି ଗମନ । । ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବା ରଡ଼ି ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି, ହଳ କାମ ସାରି ଚଷା ମହାଆନନ୍ଦରେ ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ । । ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ ଆବରଇ ଜଳ ସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି । । ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ । ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ  । ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ, ତାହାର ପରଶେ ଏବେ ମୁଦିବେ ନୟନ ।

Odia kabita tikitiki

Image
          ଟିକିଟିକି                               ପଣ୍ଡିତ ଗୋଦାବରୀଶ ମିଶ୍ର    ଟିକିଟିକି ଟୋପା ପାଣିରେ, ଗଢା ହୋଇଛି ସିନ୍ଧୁ, ଦିଶୁ ନାହିଁ ସିନା ଆଖିକି,ତାର ଅସଂଖ୍ୟ ବିନ୍ଦୁ ।।  ଟିକିଟିକି ଧୂଳି କଣିକା, ମିଶି ହୋଇଛି ଧରା, ପାହାଡ଼, ପଡ଼ିଆ, ନଗର,  ସବୁ ଧୂଳିରେ ଗଢ଼ା । ।         ଗୋଟିଗୋଟି କେତେ ଗଛରେ, ପରା ତିଆରି ବନ, ଏତେ ଲୋକହିତ ସାଧୁଛି, ଏତେ ବାଣ୍ଟୁଛି ଧନ । ।  ଟି କିଟିକି କୋଟି ତାରକା, ଫୁଟି ଗଗନେ ନିତି, ରାତିର ଅନ୍ଧାର ବିନାଶି,  ତୋଫା କରନ୍ତି କ୍ଷିତି । । ଲବେଲବେ ଦୟା ହୃଦୟୁ, ଦେଇ ପାରେ ଯେ ନର, ସେ ଏକା ବୋଲାଏ ଜଗତେ, ଦୟାମୟଙ୍କ ଚର ।। ପଦୁଁ ପଦକ ଥା ମଧୁର ଯେହୁ, ଭାସଇ ମୁଖେ, ପରକୁ ଆପଣା କରି ସେ, ବାନ୍ଧି ପାରଇ ସୁଖେ । । ଟିକିଟିକି କା6ର୍ଯ୍ୟ ସୁଗତି, ଯେବେ ଦେଖାଇ ପାର, ତେବେ ସିନା ମର୍ତ୍ତ୍ୟେ  ପିଲାଏ ,  ଜନ୍ମ କରିବା ସାର !