Sandhya kabita



      ସନ୍ଧ୍ୟା 

ଭକ୍ତକବି ମଧୁସୂଦନ ରାଓ 


 ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ
ଆସଇ ରଜନୀରାଣୀ ଧରି କଳାବେଶ,
ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ
ରାବଦେଇ ଯେଝା ବାସେ କରନ୍ତି ଗମନ ।।


ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବା ରଡ଼ି
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି,
ହଳ କାମ ସାରି ଚଷା ମହାଆନନ୍ଦରେ
ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।।


ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ।

ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି,
ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।।

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।

ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,
ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ  ।

ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,
ତାହାର ପରଶେ ଏବେ ମୁଦିବେ ନୟନ ।






Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme