Sandhya kabita



      ସନ୍ଧ୍ୟା 

ଭକ୍ତକବି ମଧୁସୂଦନ ରାଓ 


 ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ
ଆସଇ ରଜନୀରାଣୀ ଧରି କଳାବେଶ,
ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ
ରାବଦେଇ ଯେଝା ବାସେ କରନ୍ତି ଗମନ ।


ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବା ରଡ଼ି
ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି,
ହଳ କାମ ସାରି ଚଷା ମହାଆନନ୍ଦରେ
ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।


ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ
ଆବରଇ ଜଳ ସ୍ଥଳ ପର୍ବତ କାନନ।

ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି,
ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି ।

ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ,
ନାହିଁ ଆଉ ଏ ଭୁବନେ ଜୀବନ ଚହଳ ।

ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ,
ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ  ।

ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ,
ତାହାର ପରଶେ ଏବେ ମୁଦିବେ ନୟନ ।






Comments

Popular posts from this blog

Traffic rules rhyme

I like to nursery rhyme