Odia kabita tikitiki

 




       ଟିକିଟିକି            

               ପଣ୍ଡିତ ଗୋଦାବରୀଶ ମିଶ୍ର


   ଟିକିଟିକି ଟୋପା ପାଣିରେ, ଗଢା ହୋଇଛି ସିନ୍ଧୁ,

ଦିଶୁ ନାହିଁ ସିନା ଆଖିକି,ତାର ଅସଂଖ୍ୟ ବିନ୍ଦୁ ।।

 ଟିକିଟିକି ଧୂଳି କଣିକା, ମିଶି ହୋଇଛି ଧରା,

ପାହାଡ଼, ପଡ଼ିଆ, ନଗର,  ସବୁ ଧୂଳିରେ ଗଢ଼ା ।

       

ଗୋଟିଗୋଟି କେତେ ଗଛରେ, ପରା ତିଆରି ବନ,

ଏତେ ଲୋକହିତ ସାଧୁଛି, ଏତେ ବାଣ୍ଟୁଛି ଧନ ।


 ଟିକିଟିକି କୋଟି ତାରକା, ଫୁଟି ଗଗନେ ନିତି,

ରାତିର ଅନ୍ଧାର ବିନାଶି, ତୋଫା କରନ୍ତି କ୍ଷିତି ।


ଲବେଲବେ ଦୟା ହୃଦୟୁ, ଦେଇ ପାରେ ଯେ ନର,

ସେ ଏକା ବୋଲାଏ ଜଗତେ, ଦୟାମୟଙ୍କ ଚର ।।


ପଦୁଁ ପଦକଥା ମଧୁର ଯେହୁ, ଭାସଇ ମୁଖେ,

ପରକୁ ଆପଣା କରି ସେ, ବାନ୍ଧି ପାରଇ ସୁଖେ ।


ଟିକିଟିକି କା6ର୍ଯ୍ୟ ସୁଗତି, ଯେବେ ଦେଖାଇ ପାର,

ତେବେ ସିନା ମର୍ତ୍ତ୍ୟେ  ପିଲାଏ , ଜନ୍ମ କରିବା ସାର !






Comments

Popular posts from this blog

Jinglebells rhyme for kids

Thila eka thekua shishu gita

Water rhyme