Posts

Showing posts from November, 2022

Tuhi ma janamabhumi

Image
            ତୁହି ମା’ ଜନମଭୂମି                                ଭକ୍ତକବି ମଧୁସୂଦନ ରାଓ ତୁହି ମା’ ଜନମଭୂମି ପବିତ୍ର ଭାରତଭୂମି ତୋହର ସନ୍ତାନ ଆମ୍ଭେ ଅଟୁ ସରବେ; ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା ଗାଇବା ତୋହର ନାମ ଆନନ୍ଦ ରବେ । ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।୧। ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର ମସ୍ତକରେ ହିମାଳୟ ପର୍ବତବର; ଦୁଇ ପାରୁଶେ ଜଳଧି  ବ୍ରହ୍ମପୁତ୍ର ସିନ୍ଧୁ ନଦୀ ଚରଣରେ ବିରାଜିତ ମହାସାଗର। ବିନ୍ଧ୍ୟ ଗିରିବର କଟିରେ, ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ |୨| ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜ୍ଜୁନ; ମହାକବି ବେଦବ୍ୟାସ, ବାଲମୀକି, କାଳିଦାସ ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ । ଚୈତନ୍ଯାଦି ମହାତ୍ମାଜନେ, ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।୩। କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ କେତେ ବୀରନାରୀ କେତେ ବୀରଜନନୀ; ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀରରମଣୀ। ନମଇ ମା’ ଭକତିଭରେ ଅଧମ ଅକ୍ଷମ ସୁତ ତୋ’ ଚରଣରେ ।୪। ଧନ୍ୟବାଦ 🙏

Eka kain phulatiku dekha countingrhyme in odia

Image
           ଏକ କଇଁ ଫୁଲଟିକୁ ଦେଖ । ଏକ : କଇଁ ଫୁଲଟିକୁ ଦେଖ । ଦୁଇ : ଘର ତୋଳୁ ଅଛି ଉଚ୍ଚ । ତିନି : ଆଣ ବଡ଼ଦାନା ଚିନି । ଚାରି : ଗୀତ ଗାଉଅଛି ଶାରୀ । ପାଞ୍ଚ : ମାଙ୍କଡ଼ କରୁଚି ନାଚ । ଛଅ : ଭଲ ଗପଟିଏ କହ । ସାତ : ନାଉରୀ ଧରିଛି କାତ । ଆଠ : ପଢ଼ିବି  ଭଲ ପାଠ । ନଅ : କାଗଜ କଲମ ଧଅ । ଦଶ : ଗୁରୁଜୀଙ୍କ ପାଖେ ବସ । ଧନ୍ୟବାଦ 🙏

A janha mamu saraga sasi odia sisu gita lyrics

Image
         ଆ’ ଜହ୍ନ ମାମୁଁ ସରଗ ଶଶି ଆ’ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡତୁ ଖସି । ମୋ କାହ୍ନୁ ତୋତେ କରିବ ଗେଲ ଖାଇବାକୁ ଦେବ ଲବଣୀ  ସର | ଖାଇପିଇ ତୁଯେ ହୋଇବୁ ଖୁସି ଆ ଜହ୍ନ ମାମୁଁ ସରଗ ଶଶି | ଆ ଜହ୍ନ ମାମୁଁ ଓହ୍ଲେଇ ଆ ମୋ ଧନ ମଣିକୁ  ଗେହ୍ଲେଇ ଯା | ଆଣିବୁ ତା ପାଇଁ ନାଲିଆ ଛତା ମୁଣ୍ଡକୁ ପଗଡି ପାଦକୁ  ଜୋତା | ଶୁଆ ଥଣ୍ଟ ପରି ନାଲିଆ ଜାମା ଆଣି ତା ପାଖରେ କରିବୁ ଜମା | ଆ’ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡତୁ ଖସି ||

Rain rain go away rhyme

Image
 Rain, rain go away, Come again another day, Mother and I want to play, Rain, rain go away. Rain, rain go away, Come again another day Brother and I want to play, Rain, rain go away. Rain, rain, go away, Come again another day, Father and I want to play, Rain, rain go away.