ଶ୍ରୀ ନାରାୟଣ ସ୍ତୁତି କୃପାମୟ କଞ୍ଜ ବଦନ, କର ଦୁର୍ଗତି ଛେଦନ, କିଛି ଘେନ ନିବେଦନ |୧| କ୍ଷମାନିଧ୍ବ ଭକ୍ତ ତାରିଣ, ଖେଦଭେଦରେ କାରଣ, ଖଟାଅ ପଦ୍ମଚରଣ |୨| ଗୋବର୍ଦ୍ଧନ ଧାରଣ ହରି, ଗୋପେ ଗୋକୁଳ ବିହାରି, ଗୁହାରି ଘେନ ମୋହରି |୩| ଘେନ ଭକ୍ତି ଘନକାଳିଆ, ଘେନାଙ୍କ ବାଙ୍କଚୂଳିଆ, ଘଟଣ ଗୁଞ୍ଜମାଳିଆ I୪I ଅନ୍ତର୍ଯ୍ୟାମୀ ଆର୍ତ୍ତ ଭଞ୍ଜନ, ଅଇରି କୁଳ ଗଞ୍ଜନ, ଅଭେଦ ଜନ ଭଞ୍ଜନ |୫| ଚକ୍ରପାଣି ଚିନ୍ତାଦହନ, ଚିନ୍ତାନାକାରି ମୋହନ, ଚାଳ ଆଜ୍ଞାକୁ ବହନ |୬| ଛାତିରେ କୌସ୍ତୁଭ ମଣି, ଛବି ଯେହ୍ନେ ଦୀନମଣି, ଛନ୍ଦକିମ୍ପା ଅଛି ମଣି |୭| ଜୟ ତ୍ରିଭଙ୍ଗିମା ଠାଣି, ଜଣାଏ ବଂଶୀ ପାଣିକି, ଯାଉ ମୋ ଦୁଃଖ ଏଣିକି I୮I ଝଳୀ ପିତାମ୍ବର ସୁନ୍ଦର, ଝଲକ କିମ୍ପା ଅଧର, ଝୁଲିବା ଚାଲି ସୁନ୍ଦର l୯l ନାରାୟଣ ନନ୍ଦନନ୍ଦନ, ନାଗରୀ ହୃଦଚନ୍ଦନ, ନିଜେ ଘେନ ନିବେଦନ l ୧0 l ଟେକ ମହିମା ଯଦୁପତି, ଟାଣ ଅଘୋର ବିପତ...